ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅଳିଆ, ଆବର୍ଜନା ଓ ଅସନା। ବୁଦା, ମଶା ସାଙ୍ଗକୁ ପଚା ଗନ୍ଧରେ ନାକ ଫାଟୁଥିଲା। କଞ୍ଜରଭେନ୍ସି ଲେନ ବା ସ୍ବେରେଜ ଗଳି ସାଜିଥିଲା ମିନି ଡମ୍ପିଂ ଓ୍ବାର୍ଡ। ସହରକୁ ସ୍ବଚ୍ଛ ଓ ସବୁଜ କରିବାକୁ ବିଏମସି ଚଳାଇଛି ମିସନ ଗ୍ରୀନ କ୍ଲିନ। ଏସବୁ କରିବା ପଛରେ କାରଣ ହେଉଛି ପରିବେଶକୁ ସଫା ରଖିବା। ଏହା ସହିତ ସ୍ବେରେଜ ଲେନକୁ ଓ୍ବାଟକୋ ସଫା କରିବା ସହ ରକ୍ଷଣାବେକ୍ଷଣ କରିବ। ଯାହାଦ୍ବାରା ବିଏମସି କର୍ମଚାରୀଙ୍କୁ ସଫା କରିବା ସହଜ ହେବ। ଯାହା ଫଳରେ ମଶାଙ୍କ ଉପଦ୍ରବ କମିବା ସହିତ ସହର ସଫା ସୁତୁରା ରହିବ। ଏନେଇ ବିଭିନ୍ନ ଓ୍ବାର୍ଡର କଞ୍ଜରଭେନ୍ସି ଲେନରେ କେମିତି କାମ ଚାଲିଛି , ସେସବୁର ସମୀକ୍ଷା କରିଛନ୍ତି ବିଏମସି କମଶନର।
ସମୀକ୍ଷା ବେଳେ ସ୍ଥାନୀୟ କର୍ପୋରେଟର, ସାନିଟେସନ ଡେପୁଟି କମିଶନର, ସାଉଥ ଜୋନ ଜେଡିସି, ଯନ୍ତ୍ରୀ ଏବଂ ଓ୍ବାଟକୋ ଟିମ୍ ଉପସ୍ଥିତ ଥିଲେ। ବିଏମସି ପକ୍ଷରୁ ସାଉଥ ଓ୍ବେଷ୍ଟ ଓ ଇଷ୍ଟ ଜୋନରେ ୮୭ କିଲୋମିଟର ପର୍ଯ୍ୟନ୍ତ ପେଭର ବ୍ଲକ ପକାଇବାକୁ ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ୪୭ କିଲୋମିଟର ପର୍ଯ୍ୟନ୍ତ କାମ ସରିଲାଣି। ନୂଆବର୍ଷ ସୁଧା କାମ ସାରିବାକୁ ଲକ୍ଷ୍ୟ ରହିଛି।