ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ। ଗତ ୬ ଘଣ୍ଟାଧରି ୧୮କିଲୋମିଟର ବେଗରେ ଗତିକରୁଛି ଅବପାତ। ପାରାଦୀପର ଦକ୍ଷିଣରେ ୩୮୦କିମି ଦୂରରେ ଏହାର ଅବସ୍ଥିତି ରହିଛି। ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ନେଇପାରେ ବାତ୍ୟାର ରୂପ। ବାତ୍ୟାର ନାଁ ରହିବ ମିଢିଲି। ଏହାର ନାମକରଣ କରିଛି ମାଲଦୀପ। ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। କାଲି ସକାଳେ ଗଭୀର ଅବପାତ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ। ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ। ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ। ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଧାନ ଚାଷ। ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି। କୃଷି ବିଭାଗ ସ୍ବତନ୍ତ୍ର ବୈଠକ ଡାକିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।