ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସକ୍ରିୟ ଅବପାତ ଘନୀଭୂତ କରାଇ ଗଭୀର ଅବପାତରେ
ପରିଣତ ହୋଇଛି। ଗତକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ, ଆଜି ସକାଳ ୫ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଆଜି ସକାଳ ୮ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଏହା ବିଶାଖାପାଟନମ ଠାରୁ ପୂର୍ବ ପୂର୍ବ-ଦକ୍ଷିଣ ଦିଗରେ ୩୯୦କିମି, ପାରାଦ୍ୱୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୩୨୦କିମି, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗର ଦିଘା ଠାରୁ୪୬୦କିମି ଦୂରରେ, ଏବଂ ବାଂଲାଦେଶର ଖେପୁପାରା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ଠାରୁ ୬୧୦କିମି ଦୂରରେ, ୧୭.୪ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୭ଡ଼ିଗ୍ରୀ ପୂର୍ବ ଦାର୍ଘିମା ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି।
ଏହା ନିଜ ଗତିର ଦିଗ ବଜାୟ ରଖିବା ସହ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରିଓ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ ସହ ୧୮ ତାରିଖ ସକାଳ ବେଳକୁ ବାଂଲାଦେଶ
ଉପକୂଳ ମଗ୍ଲା ଏବଂ ଖେପୁପାରା ମଧ୍ୟଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ତଥା ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୬୦ ରୁ ୭୦ କିମି ବହିବା ସହ ଝଟକା ପବନ ୮୦ କିମି ବେଗରେ ବହିବାର ସମ୍ଭାବନା ରହିଛି।