ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ
ପ୍ରକ୍ରିୟା କାର୍ଯ୍ୟକ୍ରମ ପାଇଁ ବିଏମ୍ସି ଅପର ଗ୍ରାଉଣ୍ଡରେ ଖୋଲିଲା ସହାୟତା କେନ୍ଦ୍ର। ଯଦି କୌଣସି ଭୋଟରଙ୍କର ନାମ, ଠିକଣା,ୱାର୍ଡ, ମତଦାନ କେନ୍ଦ୍ର ଇତ୍ୟାଦି ତୃଟି ଥାଏ, ତେବେ ସେମାନେ ଏହି ସହାୟତା କେନ୍ଦ୍ରରେ ସଂଶୋଧନ କରିପାରିବେ। ଏହା ବ୍ୟତିତ ଯେଉଁମାନଙ୍କର ଜନ୍ମ ୧ ଅକ୍ଟୋବର ୨୦୦୬ ପୂର୍ବରୁ ହୋଇଥିବ, ସେମାନେ ଏହି ସହାୟତା କେନ୍ଦ୍ରରେ ନୂତନ ଭୋଟର ତାଲିକାରେ ନାମ ପଂଜିକରଣ କରିପାରିବେ। ଅନଲାଇନ ଏବଂ ଅଫ୍ ଲାଇନରେ ଏହି ପଂଜିକରଣ କରାଯିବ। ଏଣୁ ଯେଉଁମାନଙ୍କର ବୟସ ୧୭ ବର୍ଷରୁ ଉର୍ଧ୍ଵ, ସେମାନେ ନିଜ ନିଜର ନାମ ପଂଜିକରଣ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
୨୦୨୪ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଚଳିତ ମାସ ୨୭ ତାରିଖରୁ ୨୦୨୩ ଡିସେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ବିଏମ୍ସି କାର୍ଯ୍ୟାଳୟରେ ଚାଲିବ। ଦୈନିକ କାର୍ଯ୍ୟ ଦିବସର ପୂର୍ବାହ୍ନ ୧୦ ଘଟିକାଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ଚାଲୁ ରହିବ ବୋଲି ବିଏମ୍ସି ପକ୍ଷରୁ ଏହି ଦାୟିତ୍ୱରେ ଥିବା ସହକାରୀ କମିଶନର ଶ୍ରୀ ଏନ୍ ଗଣେଶ ବାବୁ ଜଣାଇଛନ୍ତି ।