ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିର ସ୍ମାର୍ଟ ଫୋନେ ମଣିଷ କୁ ଏତେ ମାତ୍ରାରେ କବଳିତ କରିବା ତାହା କେହି କେବେ ଭାବିନଥିଲେ। ଆଜିକାଲି ପ୍ରତ୍ୟେକଟି କାର୍ଯ୍ୟରେ ଲୋକେ ସ୍ମାର୍ଟ ଫୋନର ବ୍ୟବହାର କରୁଛନ୍ତି। ଖାଇବା, କିଣିବାଠୁ ଆରମ୍ଭ କରି ରାସ୍ତା ଜାଣିବା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସ୍ମାର୍ଟ ଫୋନ ଅଥବା ଇଣ୍ଟରନେଟ ଉପରେ ନିର୍ଭରଶୀଳ। ତେବେ ଏହି କ୍ରମରେ ଆପଲର ଜେବେ ପୂର୍ବତନ କର୍ମଚାରୀ ଏ ଆଇ ପିନ ଲଞ୍ଚ କରିଛନ୍ତି। ଯାହାକି ସ୍ମାର୍ଟ ଫୋନର ବିକଳ୍ପ ଭାବେ କାର୍ଯ୍ୟ କରିବ। ସାନଫ୍ରାନସିସ୍କୋ ରେ ଏହାକୁ ଲଞ୍ଚ କରାଯାଇଛି। ସାନଫ୍ରାନସିସ୍କୋ ‘HUMANE’ କମ୍ପାନୀ ଏହାକୁ ଡିଜାଇନ କରିଛି। ଏହାକୁ ସାର୍ଟ କିମ୍ବା ଜ୍ୟାକେଟରେ ଲଗାଯାଇପାରିବ। ୧୩ ଏମପି ର ଫୋଟୋ ଉଠାଯିବା ସହ ବହୁତ ଜଲଦି ଭିଡିଓ ଅପସନ ଲୋଡ଼ କରାଯିବାର ପ୍ରୟାସ କରାଯାଉଛି। କଲ, ମେସେଜ ସହ ଭରଚୁଆଲ ଆସିଷ୍ଟାଣ୍ଟ ଓ ମାଇକ୍ରୋସଫ୍ଟ ଓପନ ଏଆଇ ସହିତ ଜଡିତ। ତେବେ ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ ୫୮ ହଜାର ଟଙ୍କା।