ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଉ ମାଗଣା ସେବା ଦେବ ନାହିଁ ହ୍ୱାଟ୍ସଆପ। ଗତ କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଯେଉଁଥିରେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ।
ଗୋଟିଏ ପଟେ ଏକ୍ସ( ଟ୍ବିଟର) ଏହାର ସେବା ପାଇଁ ଟଙ୍କା ଚାର୍ଜ କରିବାକୁ ଆରମ୍ଭ କରିଥିବା ବେଳେ ଇନଷ୍ଟାଗ୍ରାମ ବର୍ତ୍ତମାନ ବ୍ଲୁଟିକ୍ ପାଇଁ ଟଙ୍କା ଆଦାୟ କରୁଛି। ବହୁଳ ବ୍ୟବହାର ହେଉଥିବା ଆପ୍ ବା ଚାର୍ଟିଂ ପ୍ଲାଟଫର୍ମ ‘ହ୍ୱାଟ୍ସଆପ୍’ ମଧ୍ୟ ଖୁବ୍ ଶୀଘ୍ର ଏହି ସମାନ ମାର୍ଗ ଆପଣାଇବାକୁ ଯାଉଛି।
କୁହାଯାଉଛି କି , ଆଉ କିଛି ଦିନ ପରେ ହ୍ୱାଟ୍ସଆପରେ ସବସ୍କ୍ରିବସନ୍ ପ୍ଲାନ୍ ଆସିବାକୁ ଯାଉଛି, ଯେଉଁଥିରେ ବ୍ୟବହାରକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଦେୟ ଭରିବାକୁ ପଡିବ। ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ହ୍ୱାଟ୍ସଆପ୍ ତରଫରୁ ଏହା ନେଇ ଆଲୋଚନା କରାଯାଇଛି ଏପରି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି। ଯାହା କି, କମ୍ପାନୀ ଆଉ ବେଶିଦିନ ଯାଏଁ ମାଗଣା ସେବା ଦେବ ନାହିଁ ବରଂ ୟୁଜର୍ସ ମାନଙ୍କ ଠାରୁ ଦେୟ ନେଇ ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି କଥା ସବୁ ୟୁଜର୍ସଙ୍କୁ ଚିନ୍ତାରେ ପକାଇଦେବ ଦେବ କାରଣ ଏପରି କେହି ବ୍ୟକ୍ତି ନଥିବେ ଯାହାଙ୍କ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ନଥିବ।
ଯଦି ଏପରି ପ୍ଲାନ୍ ହ୍ୱାଟ୍ସଆପ୍ ପକ୍ଷରୁ ଆରମ୍ଭ ହେବ ତେବେ ମାସିକିଆ ବା ବର୍ଷିକିଆ ସବସ୍କ୍ରିବସନ୍ ପ୍ଲାନ୍ ରହିପାରେ ବୋଲି ଆଲୋଚନା କରାଯାଉଛି।
ସୂଚନା ଅନୁଯାୟୀ, ଏହି ଦେୟ ଯୁକ୍ତ ପ୍ଲାନ୍ ଲାଗୁ ହେବା ପାଇଁ କିଛି ମାସ ଅବା ଆସନ୍ତା ବର୍ଷର ପ୍ରଥମ ମାସରୁ ଲାଗୁ ହୋଇପାରେ । ଯଦି ଆପଣଙ୍କୁ ହ୍ୱାଟ୍ସଆପରେ ବିଜ୍ଞାପନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଅଲଗା ଏକ ସବସ୍କ୍ରିବସନ୍ ପ୍ଲାନ୍ କିଣିବାକୁ ପଡିବ । କମ୍ପାନୀ ଅନ୍ୟ କୌଣସି ସେବା ପାଇଁ ଦେୟ ଚାର୍ଜ ନ କଲେ ବି ଆପଣଙ୍କୁ ବିଜ୍ଞାପନ ବିହୀନ ହ୍ୱାଟ୍ସଆପ୍ ଚଲାଇବାକୁ ହେଲେ ଏହି ପ୍ଲାନ୍ ପାଇଁ ଟଙ୍କା ଦେବାକୁ ପଡିପାରେ । ଏହି ପ୍ଲାନ୍ ପ୍ରଥମେ ଆମେରିକା ଏବଂ କାନାଡାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।