ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପ୍ରାୟ ୩ଘଣ୍ଟାର କଠିନ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ। ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ମିଳିଛି। ଗଭୀର ବୋରୱେଲରୁ ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।
ପ୍ରାୟ ୩ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ ବିଭାଗ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରିଥିଲା। ଗତକାଲିଠାରୁ ବୋରୱେଲରେ ୨୦ଫୁଟ ତଳକୁ ଖସିପଡିଥିଲେ ବୃଦ୍ଧା। ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ ଏହିଭଳି ଅନେକ ଘଟଣା ସାମ୍ନାକୁ ଆସିଲାଣି। ଅନେକ କୁନି କୁନି ପିଲା ଏବଂ ବୟସ୍କ ବୋଲୱେଲରେ ପଡିବା ଘଟଣା ସାମ୍ନାକୁ ଆସିବା ପରେ ବି ବୋଲୱେଲଗୁଡିକୁ ସେମିତି ମୁକୁଳା ଛାଡିଦିଆଯାଉଛି। ଯାହାଫଳରେ ଏହିଭଳି ଦୁର୍ଘଟଣା ଘଟୁଛି ଏବଂ ଜୀବନ ଯାଉଛି।