ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସରକାର ବିରୋଧୀ ମନ୍ତବ୍ୟ ଦେଇ ମାଇଲେଜ ନେଉଛନ୍ତି ପ୍ରଦୀପ। ଗତ କିଛି ଦିନ ଧରି ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଆଜି ବିଜେଡି ଦଳର ସାମ୍ବାଦିକ ସମ୍ମିଳନୀ ପରେ ଚିହିଁକି ଉଠିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କାଉଣ୍ଟର କରି କହିଛନ୍ତି ଯେ, ଅତୀତ ଇତିହାସ ଓ ଭବିଷ୍ୟତ ରହସ୍ୟ ତେବେ ବିଜେଡି ଲୋକ କାହିଁ ଏତେ ଚିନ୍ତା କରୁଛନ୍ତି। ପୂର୍ବ ଘଟଣାକୁ ସଂଯୋଗ କହି ଚର୍ଚ୍ଚାକୁ ଏଡାଉଛନ୍ତି ପ୍ରଦୀପ।