ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସଚେତନ ଦିଲ୍ଲୀବାସୀ,ଦୀପାବଳିରେ ଫୁଟିଲାନି ବାଣ। ଗତ ୮ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁଗୁଣବତ୍ତା ଦୀପାବଳିରେ ଭଲ ରହିଥିବା ସୂଚନା ମିଳିଛି। ଗତବର୍ଷ ଦୀପାବଳିରେ ଏକ୍ୟୁଆଇ ୩୧୨ ଥିଲାବେଳେ ଚଳିତ ବର୍ଷ ଏକ୍ୟୁଆଇ ୨୧୮ ରହିଥିଲା। ୨୦୨୦ରେ ଏକ୍ୟୁଆଇ ୪୧୪ ଥିବାବେଳେ ୨୦୨୧ରେ ଏହା ୩୮୨ ଥିଲା। ବାଣ ଉପରେ ଦିଲ୍ଲୀ ସରକାର କଟକଣା ଲଗାଇଥିବାରୁ ଚଳିତ ବର୍ଷ ସ୍ଥିତିରେ ସୁଧାର ଆସିଛି।
ତେବେ ଦିଲ୍ଲୀ ସୀମା ଅନ୍ତର୍ଗତ ପଞ୍ଜାବ, ହରିଆଣାରେ ନଡା ଜାଳିବା ଘଟଣା ବଢୁଥିବାରୁ ଏହାର ପ୍ରଭାବ ଦିଲ୍ଲୀ ପରିବେଶ ଉପରେ ପଡିଛି। ସେପଟେ ଖୋଲାରେ ବର୍ଜ୍ୟପଦାର୍ଥ ଜାଳିବା ନେଇ ୩୮୩ ଜଣଙ୍କ ବିରୋଧରେ ଦିଲ୍ଲୀ ମହାନଗର ନିଗମ ଚାଲାଣ କାଟିଛି। ସେହିପରି ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ୮୨୩ଟି ଚାଲାଣ। ତେବେ ଉଭୟ କ୍ଷେତ୍ରରେ ୧ କୋଟି ୭୨ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ପ୍ରବଳ ଗହଳି ହେଉଥିବା ଅଞ୍ଚଳକୁ ନ ଯିବା ଲାଗି ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଘରୁ ନବାହାରିବା ସହ ରାସ୍ତାରେ ଦୌଡିବା, ମର୍ଣ୍ଣିଂଓ୍ବାକ, ଶାରୀରିକ ବ୍ୟାୟାମ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ନିୟମିତ ଆଖି ଧୋଇବା, କୁଳୁକୁଚା କରିବା ଲାଗି ମଧ୍ୟ କହିଛି ସ୍ବାସ୍ଥ୍ୟ ବିଭାଗ।