ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିକାଶ ଯାତ୍ରାରେ ସାମିଲ ହୋଇଛି ରାଜ୍ୟର ସବୁ ପଞ୍ଚାୟତ। ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ସଶକ୍ତ ଓଡ଼ିଶାର ମାର୍ଗକୁ ପ୍ରଶସ୍ତ କରିଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ଯୋଜନା ସଫଳ ହୋଇଛି। 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ପ୍ରତିବଦ୍ଧତା ଓ ଓଡ଼ିଶାବାସୀଙ୍କ ସହଯୋଗରେ ଲକ୍ଷ୍ୟ ପୂରଣ ହେଉଛି। ଲୋକଙ୍କ ମତ ଅନୁସାରେ ବିଭିନ୍ନ ପ୍ରକଳ୍ପ ପାଇଁ ପଞ୍ଚାୟତକୁ ଅର୍ଥ ମଞ୍ଜୁର ହୋଇଛି। ୩୦ ଜିଲ୍ଲାର ଲୋକ ଲାଭ ପାଇବେ। ଆମ ଓଡ଼ିଶା ନବୀନ ଓଡ଼ିଶା ଦେଶ ପାଇଁ ମଡେଲ ସାଜିଛି।
୧୩ ଦିନରେ ୩୦ ଜିଲ୍ଲା,ସାମିଲ ହେଲେ ଲକ୍ଷ ଲକ୍ଷ ଲୋକ। ଡିଜିଟାଲ ଭିତ୍ତିଭୂମି ବିକାଶରେ ପୂରଣ ହେଉଛି ସଶକ୍ତ ଗ୍ରାମୀଣ ସ୍ବପ୍ନ। 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ପୂରା ଓଡ଼ିଶା ଦେଲା ଧନ୍ୟବାଦ। ଲୋକଙ୍କ ମତାମତରେ ମଞ୍ଜୁର ହେଲା ପ୍ରକଳ୍ପ। ସାରା ରାଜ୍ୟରେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩ ହଜାର ୩୯୭ କୋଟି ଟଙ୍କା। ଡିଜିଟାଲ ଭିତ୍ତିଭୂମିର ବିକାଶ ସହ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ନୂଆରୂପ ନେଇ ବିକାଶ ପଥରେ ଆଗକୁ ଯିବ। ଗାଁ ଓ ସହର ଭିତରେ ଆଉ ଫରକ ରହିବନି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଧୁନିକ ଗାଁର ବିକାଶ ଭିତ୍ତିଭୂମି ପରିକଳ୍ପନା ବାସ୍ତବ ରୂପ ନେଉଛି । ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମିଳିବ । ସଶକ୍ତ ଓଡ଼ିଶା ଗଠନର ମାର୍ଗକୁ ଆମ ଓଡ଼ିଶା ନବୀନ ଓଡ଼ିଶା କରିବ ପ୍ରଶସ୍ତ । ଯାହାକୁ ନେଇ ପୂରା ଓଡ଼ିଶାରେ ଉତ୍ସାହ ଦେଖାଦେଇଛି ।
୬ ମାସ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ଜିଲ୍ଲା ଗସ୍ତ କରି ଲୋକଙ୍କ ମତାମତ ନେଇଥିଲା। ତାକୁ ଆଧାର କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତଙ୍କ ପାଖରେ ପହଞ୍ଚିଛି ବିକାଶ। ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ଅଧିକ ସୁଦୃଢ କରିଛି ଆମ ଓଡ଼ିଶା ନବୀନ ଓଡ଼ିଶା। ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଓଡ଼ିଶାର କଳା ସଂସ୍କୃତିକୁ ଫୋକସ କରାଯାଇଛି। ସମସ୍ତଙ୍କ ପାଖରେ ବିକାଶର ଗ୍ୟାରେଣ୍ଟି ପହଞ୍ଚାଇବାରେ ଏହି ଯୋଜନା ମଡେଲ ସାଜିଛି ବୋଲି କହିଛନ୍ତି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୂପାନ୍ତରଣ ଓଡ଼ିଶା ସ୍ବପ୍ନକୁ ସାକାର କରୁଛି।