ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦିନ କୁ ଦିନ ମାଣ୍ଡିଆର ଚାହିଦା ବଢ଼ିବାରେ ଲାଗିଛି। ଦିନ ଥିଲା ମାଣ୍ଡିଆ କେବଳ ଗରିବଙ୍କ ଖାଦ୍ୟ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ଧନୀ ଲୋକଙ୍କ ର ପ୍ରଥମ ପସନ୍ଦ ସାଜିଛି। ମାଣ୍ଡିଆରେ ଅନେକ ପ୍ରୋଟିନ ଭିଟାମିନ ସବୁ ରହିଛି ଯାହା ପୋଷଣ ପାଇଁ ନିତ୍ୟାନ୍ତ ଆବଶ୍ୟକ। ଯାହାର ଗୁରୁତ୍ୱକୁ ଆଖି ରେ ରଖି ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମ୍ମିଳନୀ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ପାଳନ କରାଯିବ। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ତେବେ ଏହି ସମ୍ମିଳନୀରେ ଦେଶ ଓ ବିଦେଶ ର ଅନେକ ହିତାଧିକାରୀ ଭାଗ ନେବେ ବୋଲି ଜଣାପଡିଛି।
ମିଲେଟ ର ଉପଯୋଗ ଓ ଆବଶ୍ୟକତା ସମ୍ପର୍କରେ ବୁଝାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଦେଶରେ ଏକ ମାତ୍ର ରାଜ୍ୟ ଓଡିଶା ଯେଉଁଠାରେ ନଭେମ୍ବର ୧୦ କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଏ। ସେପଟେ ମାଣ୍ଡିଆକୁ ଅଧିକ ଲୋକପ୍ରିୟ କରାଇବା ଉପରେ ଗୁରୁତ୍ୱ ଦେଇ କେନ୍ଦୁଝର ଜିଲ୍ଲାପାଳ ନଭେମ୍ବର ୯ ଓ ୧୦ ତାରିଖରେ କେନ୍ଦୁଝରରେ ମାଣ୍ଡିଆ ଦିବସ ପାଳନ ହେବ।