ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦେଶରେ ବାଣ ଫୁଟେଇବା ଉପରେ ଆସିଲା ବଡ଼ କଟକଣା। ବଢୁଥିବା ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ପୂର୍ବ ନିର୍ଦ୍ଦେଶ କେବଳ ଦିଲ୍ଲୀ ପାଇଁ ନୁହେଁ, ବାଣ ନିଷିଦ୍ଧ କରିବାର ଆଦେଶ ସମଗ୍ର ଦେଶ ପାଇଁ ଥିଲା। ଏହି ମାମଲାର ଶୁଣାଣି ବେଳେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଫଟାକା ସମ୍ବନ୍ଧରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ସବୁ ରାଜ୍ୟରେ ପ୍ରଯୁଜ୍ୟ ହେବ।
ଚଳିତ ବର୍ଷ ୧୨ ତାରିଖରେ ପାଳିତ ହେବାକୁ ଯାଉଛି ଦୀପାବଳି। ଆଲୋକର ପର୍ବ କୁହାଯାଉଥିବା ଦୀପାବଳି ଅବସରରେ ଦୀପ ଜାଳିବା ସହ ବାଣ ଫୁଟାଇବାର ପରମ୍ପରା ରହିଛି। ହେଲେ ଘାତକ ବାୟୁ ପ୍ରଦୂଷଣ କରୁଥିବା ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ। ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ବାଣ ଉପରେ କଟକଣା ନିର୍ଦ୍ଦେଶ ହୋଇଛି।