ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ଓଡ଼ିଶାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ସରିଲା ଶେଷକୃତ୍ୟ। ପଞ୍ଚଭୂତରେ ବିଲିନ ହେଲା ମହେଶ୍ବରଙ୍କ ମରଶରୀର। ପୁରୀ ସ୍ବର୍ଗଦ୍ବାରରେ ମହେଶ୍ବରଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ସୁନିଲ ସୁନିଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ଲାଗିଛି ଲୋକଙ୍କ ଭିଡ଼।
ସୂଚନା ଥାଉକି, ପୁରୀ ବାସଭବନ ଓ ବିଜେଡି କାର୍ଯ୍ୟାଳୟରେ ପରିବାରବର୍ଗଙ୍କ ସମେତ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ। ଶଙ୍ଖଭବନରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ୬୭ ବର୍ଷ ବୟସରେ ମହେଶ୍ବରଙ୍କର ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କର ଦେହାନ୍ତ ହୋଇଛି। ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଛି। ମହେଶ୍ବରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ରାଜନେତା। ତାଙ୍କ ବିୟୋଗ ପୁରୀ ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି। ମହେଶ୍ବରଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।