ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁଣି ବିଜେଡିରୁ ବହିଷ୍କାର ହେଲେ ଆଉ ଜଣେ ନେତା ଶ୍ରୀ ରଘୁରାମ ମାଛ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଶ୍ରୀ ରଘୁରାମ ମାଛଙ୍କୁ ଆଜି ଦଳରୁ ବହିଷ୍କାର କରାଯାଇଛି। କେବଳ ଦଳ ବିରୋଧୀ କାର୍ଯ୍ୟ ନୁହେଁ ଦୁର୍ନୀତି ଓ ଭ୍ରଷ୍ଠାଚାର ପାଇଁ ପୂର୍ବରୁ ବିଜେଡି ସଭାପତି ନବୀନ ଅନେକ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ପୂର୍ବରୁ ୨୦୧୧ ଅକ୍ଟୋବରରେ ଡାଲାରୁଇ ନିଲମ୍ବନ ହୋଇଥିଲେ। ଗତ କିଛି ମାସ ଧରି ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୋଧରେ କାଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ତେଣୁ ବିଜେଡି ସଭାପତି ଏଭଳି ନିଷ୍ପତି ନେଇଥିବା ଜଣାପଡିଛି।