ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଏଣିକି ଗ୍ରାମାଞ୍ଚଳରେ ବିକାଶର ତ୍ୱରାନ୍ୱିତ ହେବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ କନ୍ଧମାଳ, ଅନୁଗୁଳ ଏବଂ ଗଜପତି। ଏହି ଯୋଜନା ଅଧୀନରେ ୩ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭୨ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଶୁଭାରମ୍ଭ କରିବାକୁ ଯାଉଛନ୍ତି।
