ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆକାଶ ପଥରେ ଆଉ ଏକ ସହର ସହ ଯୋଡ଼ି ହେବାକୁ ଯାଉଛି ଝାରସୁଗୁଡ଼ା। ଆଜିଠୁ କୋଲକାତାକୁ ଆରମ୍ଭ ହେବ ବିମାନସେବା। କୋଲକାତାକୁ ୭୨ ସିଟ ବିଶିଷ୍ଟ ATR-72, ବିମାନ ଚଳାଚଳ କରିବ। ପ୍ରତିଦିନ ସନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ। ଝାରସୁଗୁଡାରୁ ସନ୍ଧ୍ୟା ୭ ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ l
ସେହିପରି ଆସନ୍ତା ୧୫ ତାରିଖରୁ ବେଙ୍ଗାଲୁରରେ ମଧ୍ୟ ବିମାନ ସେବା ଆରମ୍ଭ ହେବ। ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ। ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରରେ ପହଞ୍ଚିବ। ବେଙ୍ଗାଲୁରକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ। ଏହାଦ୍ବାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ। ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ବରକୁ ବିମାନ ସେବା ପ୍ରଦାନ କରୁଛି ।