ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ ; ଆଜି ଭାରତ – ଶ୍ରୀଲଙ୍କା ମଧ୍ୟରେ କଡା ଟକ୍କର, ୱାଖଡେ ଷ୍ଟାଡିୟମରେ ଆରମ୍ଭ ହେଲା ଚଳିତ ବିଶ୍ୱକପ ର ୩୩ ତମ ଲିଗ ମ୍ୟାଚ । ଏହାପୂର୍ବରୁ ଭାରତ ୬ ଟି ମୁକାବିଲାରୁ ୬ ଟି ବିଜୟୀ ହୋଇଛି । ତେବେ ୭ମ ଲିଗ ମ୍ୟାଚ ଜିତି ବିଜୟଧାରା ବଜାୟ ରଖିବା ସହିତ, ସେମିଫାଇନାଲରେ ସ୍ଥାନ ହାସଲ କରିବା ଲକ୍ଷରେ ରହିଛି ଟିମ ଇଣ୍ଡିଆ । ଭାରତ ପାଖରେ ଏହି ମୁକାବିଲା ଜିତିବାକୁ ସବୁ ଅସ୍ତ୍ର ରହିଛି, ଦଳ ଭଲ ଫର୍ମ ରେ ମଧ୍ୟ ଅଛି । ଶ୍ରୀଲଙ୍କାକୁ ୧୦୦ ରନ ରେ ପରାସ୍ତ କରିଥିବା ଟିମ ଇଣ୍ଡିଆ, ଏହି ମୁକାବିଲାକୁ ସଫଳତାର ସହିତ ପାର କରିବ ବୋଲି ଆଶା କରାଯାଉଛି । ସେପଟେ ଆହତ ହୋଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ଖେଳିବେ ନାହିଁ । ସେପଟେ ଟସ ଜିତି ଶ୍ରୀଲଙ୍କା ବୋଲିଂ ନିଷ୍ପତି ନେଇଥିବାବେଳେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ । ତେବେ ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ ରହିଛି । ଟିମ ଇଣ୍ଡିଆର ପ୍ରଶଂସକ ମାନେ ଖେଳାଳିଙ୍କୁ ଚିଅର ଅପ ବାର୍ତ୍ତା ଜଣାଇବା ସହିତ, ଭାରତ ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ।