ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ବାପାଙ୍କ ଟ୍ୟୁସନ ଟଙ୍କା ପାଇଁ ଗଲା ପୁଅର ଜୀବନ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଣପଞ୍ଜରୀରେ ଘଟିଛି ଅଭାବନୀୟ ଘଟଣା, ଘରେ ପଶି ନାବାଳକ ଛାତ୍ରକୁ ହତ୍ୟା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନବମ ଶ୍ରେଣୀର ଛାତ୍ର ଶୁଭମ ସ୍ୱରୂପ ଗତକାଲି ଘରେ ବସି ପାଠ ପଢ଼ୁଥିବା ବେଳେ ଘରେପଶି ଅଭିଯୁକ୍ତ ଛୁରା ମାଡ଼ କରିଥିଲା । ଶୁଭମର ଛାତିକୁ ୩ ରୁ ୪ ଥର ଛୁରା ମାଡ଼ କରିଛି ଅଭିଯୁକ୍ତ, ଶୁଭମର ଚିତ୍କାର ଶୁଣି ପରିବାର ଲୋକ ତାକୁ ଖୋର୍ଦ୍ଧା ହସ୍ପିଟାଲକୁ ନେଇଯାଇଥିଲେ । ଅବସ୍ଥା ଗୁରୁତର ଥିବାବେଳେ ଡାକ୍ତର ଶୁଭମକୁ ମୃତ ଘୋଷଣା କରିଲେ । ତେବେ ଏହି ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି । କମିସନରେଟ ପୋଲିସ ଏହି ପର୍ଦ୍ଦାଫାଶ କରିଛି । ଅଭିଯୁକ୍ତ ଜଣକ ହେଉଛି ଯୁକ୍ତ ୨ ର ଛାତ୍ର । ସେ ଶୁଭମଙ୍କ ବାପା-ମାଙ୍କ ପାଖରେ ଟ୍ୟୁସନ ହେଉଥିଲେ, ଅଭିଯୁକ୍ତ ପୋଲିସକୁ କହିଛି ଯେ ଟ୍ୟୁସନ ବାବଦରେ ୩ ରୁ ୫ହଜାର ଟଙ୍କା ବାକି ଥିଲା, ସସଇହି ଟଙ୍କାକୁ ଶୁଭମଙ୍କ ବାପା ବାରମ୍ବାର ମାଗୁଥିବାରୁ ପୋଲିସ ଆଗରେ ନିଜ ମୁହଁରେ ସ୍ୱୀକାର କରିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର DCP ପ୍ରତୀକ ସିଂ ।