ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଅଲିଭରିଡ଼ଲେଙ୍କ ସ୍ୱାଗତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ଏବେ ଓଡିଶା ଉପକୂଳକୁ ଆସି ଅଣ୍ଡାଦାନ କରିବାର ସମୟ ଆସିଛି । “ଅଲିଭରିଡ଼ଲେ” ଏହି ବିରଳ ପ୍ରଜାତିର କଇଁଛ ଓଡିଶା ଉପକୂଳକୁ ଆସି କିଭଳି ସୁରକ୍ଷିତ ଭାବେ ଅଣ୍ଡାଦାନ କରିପାରିବେ ସେଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଋଷିକୂଲ୍ୟା ମୁହାଣ, ଗହୀରମଥା, ଓ ଦେବୀ ମୁହାଣରେ ମାଛଧରା ପାଇଁ କଟକଣା ଜାରି ହୋଇଛି । ଆସନ୍ତା ମେ’ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ପ୍ରତିବର୍ଷ ୭ ମାସ ପାଇଁ ଏହି କଟକଣାକୁ ଲାଗୁକରନ୍ତି ରାଜ୍ୟ ସରକାର । ଏହି ସମୟରେ ସମୁଦ୍ର ଉପକୂଳରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ଚାଲାଣ ଉପରେ ମଧ୍ୟ ରୋକ ଲଗାଇଥାନ୍ତି ସରକାର । ଅଲିଭ-ରିଡ଼ଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଏବଂ ଅଣ୍ଡାଦାନ ପ୍ରକ୍ରିୟାରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟସରକାରଙ୍କ ବନ ବିଭାଗ, ମେରାଇନ ପୋଲିସ, ମତ୍ସ୍ୟ ସମ୍ପଦ, ଓ କୋଷ୍ଟଗାର୍ଡ ମାନେ ସମ୍ମିଳିତ ଭାବେ କାର୍ଯ୍ୟକରୁଛନ୍ତି ।