ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଦିନ ୧୧ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ତାଙ୍କୁ ଗିରଫ କରାଯିବା ସମ୍ଭାବନା ଅଧିକ ବୋଲି ଆଶଙ୍କା କରୁଛନ୍ତି ଆପ୍ ନେତା। ପ୍ରଶ୍ନ ଉଠୁଛି ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଏ ତେବେ କିଏ ସମ୍ଭାଳିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଦାୟିତ୍ବ।
ସାମ୍ବିଧାନିକ ଓ ଆଇନଗତ ବ୍ଯବସ୍ଥା ମଧ୍ଯରେ କେଜ୍ରିଓ୍ବାଲ ମୁଖ୍ଯମନ୍ତ୍ରୀ ଭାବେ ରହିବାରେ ପ୍ରତିବନ୍ଧକ ନାହିଁ। ତେବେ ଏହି କ୍ଷେତ୍ରରେ ତାଙ୍କ ନୈତିକତା ନେଇ ଉଠିପାରେ ପ୍ରଶ୍ନ। ଯଦି ସେ ଗିରଫ ହୋଇ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ତୁଲାଇବେ ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ ଲାଗି ବି ହୋଇପାରେ ଅଡୁଆ।
ସାଧାରଣତଃ କୌଣସି ମୁଖ୍ଯମନ୍ତ୍ରୀ ଜେଲ ଗଲେ ସେ ଇସ୍ତଫା ଦେଇଥାନ୍ତି। ଯଦି କେଜ୍ରିଓ୍ବାଲ ଜେଲରେ ରହି ମୁଖ୍ଯମନ୍ତ୍ରୀ ଦାୟିତ୍ବ ସମ୍ଭାଳନ୍ତି ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହୋଇପାରେ। ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଯଦି କେଜ୍ରିଓ୍ବାଲ ଜେଲରେ ରହନ୍ତି ତେବେ କ୍ଯାବିନେଟ ବୈଠକ ପରିଚାଳନା ଲାଗି ସେ ଅନ୍ୟ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇପାରନ୍ତି। ଆଇନ ଅନୁସାରେ କୌଣସି କୋର୍ଟ ଦ୍ବାରା ଯଦି ଜଣେ ନିର୍ବାଚିତ ପ୍ରତିନିଧି 2 ବର୍ଷ ବା ଅଧିକ ସମୟ ଲାଗି ଦଣ୍ଡ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି ତେବେ ସେ ନିଜର ସଦସ୍ୟତା ହରାଇ ପାରିବେ ନାହିଁ।