ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ହେବେ ଦୁଇ ନେତା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିରେ ଶ୍ରୀ ପ୍ରତାପ ଜେନା ଓ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ପ୍ରତାପ ଜେନା କେନ୍ଦ୍ରାପଡା ଜିଲ୍ଲା ଓ ସଞ୍ଜୟ କୁମାର ଦାସ ବର୍ମା ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷଣ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି। ଆଗାମୀ ନିର୍ବାଚନରେ ବିପୁଳ ସଂଖ୍ୟାର ଜନମତ ହାସଲ କରିବା ପାଇଁ ଦଳ ଆଶାବାଦୀ ଅଛି। ଏଣୁ ଜନତାଙ୍କ ନିକଟରେ ପହଞ୍ଚି ଜନତାଙ୍କ ହୃଦୟରେ ଦଳ ପ୍ରତି ଦୃଢ ବିଶ୍ୱାସ ସୃଷ୍ଟି କରିବା ସହ ଭୋଟ ହାତେଇବା ପାଇଁ ଦାୟିତ୍ୱବାନ ପ୍ରତିନିଧିଙ୍କୁ ନିୟୋଜିତ କରାଯାଇଛି।