ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ ; ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ। ବେଆଇନ ଅର୍ଥ କାରବାର ମାମଲାରେ ଇଡି ରେ ହାଜର ହେବାକୁ ଦିଆଯାଇଛି ନିର୍ଦ୍ଦେଶ । ଗତ ଏପ୍ରିଲ 16 ରେ ଆରବିନ୍ଦଙ୍କୁ କରଯାଇଥିଲା ଜେରା, ସେହିଭଳି ଗତ ଅକ୍ଟୋବର 4 ରେ ସଞ୍ଜୟ ସିଂ ଙ୍କୁ ଗିରଫ କରିଥିଲା ଇଡି, ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ଙ୍କୁ ମଧ୍ୟ ଗିରଫ କରିଥିଲା ଇଡି ସେପଟେ ମନିଷଙ୍କ ଆବେଦନ କୁ ମଧ୍ୟ ଖାରଜ କରିଛି ସୁପ୍ରିମକୋର୍ଟ ଫଳରେ ଆଗକୁ ଆହୁରି ୬ ମାସ ମନିଷଙ୍କୁ ଦିଲ୍ଲୀରେ ରହିବାକୁ ପଡ଼ିବ । ସେପଟେ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ କେଜ୍ରିୱାଲଙ୍କୁ କରାଯାଇଥିବା ସମନକୁ ସମାଲୋଚନା କରିଛନ୍ତି ଆମ ଆଦମୀ ପାର୍ଟି ନେତା ଓ ସମର୍ଥକ ।