ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଇକୋ ରିଟ୍ରିଟ। ପ୍ରକୃତିର ସୌନ୍ଦର୍ଯ୍ୟ ସହ ଦୁଃସାହସିକ ଜଳ କ୍ରୀଡାକୁ କରିବେ ଉପଭୋଗ। ସମୁଦ୍ର ତଟରେ ଅତ୍ୟାଧୁନିକ କ୍ୟାମ୍ପ ସହ ଷ୍ଟାର ହୋଟେଲ ଖାଦ୍ୟ ର ନେବେ । ଚଳିତ ଥର ୩ମାସ ଧରି ୭ଟି ସ୍ଥାନରେ ଏହା ଅନୁଷ୍ଟିତ ହୋଇଛି। କୋରାପୁଟ, କୋଣାର୍କ, ସାତକୋଶିଆ, ଦାରିଙ୍ଗବାଡି, ଭିତରକନିକା, ହୀରାକୁଦ ଏବଂ ପାଟିସୋନାପୁର ଠାରେ ପର୍ଯ୍ୟଟକ ଏକ ଅଭିନବ ସ୍ମୃତି ସାଉଣ୍ଟିବେ। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସାତକୋଶିଆ, ଦାରିଙ୍ଗବାଡି, କୋରାପୁଟ, ହୀରାକୁଦରେ କରିବେ ଉଦ୍ଘାଟନ । ଦ୍ଵିତୀୟ ପର୍ଯ୍ୟାୟରେ ଭିତରକନିକା, ପାଟିସୋନାପୁର ଓ ତୃତୀୟ ପର୍ଯ୍ୟାୟରେ କୋଣାର୍କରେ ଇକୋ ରିଟ୍ରିଟ କାର୍ଯ୍ୟ ଆରମ୍ଭ ହେବ। ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଓଡିଶାର ବିକାଶ ହେବ ନିମନ୍ତେ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି।