ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ। ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ। ୪ ସପ୍ତାହ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ। ଦକ୍ଷତା ବିଭାଗରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଗତ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ସିଆଇଡି। ଚନ୍ଦ୍ରବାବୁଙ୍କ ଗିରଫ ପରେ ଆନ୍ଧ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଗିରଫଙ୍କୁ ରାଜନୈତିକ ପ୍ରଣୋଦିତ ବୋଲି କହି ଆସୁଛନ୍ତି ତେଲୁଗୁ ଦେଶ ପାର୍ଟିର ଅନେକ ନେତା। ଚନ୍ଦ୍ରବାବୁଙ୍କ ଗିରଫଦାରି ନେଇ ବିଭିନ୍ନ ଟିଡିପି କର୍ମୀ ବିକ୍ଷୋଭ ସହ ଆନ୍ଦୋଳନ ମଧ୍ୟ କରିଥିଲେ। ମିଛ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରି ଆସୁଛନ୍ତି ଟିଡିପି।