ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କାର୍ତ୍ତିକ ସୋମବାର ଦିନ ଶିବ ମନ୍ଦିରରେ ଶିବ ଲିଙ୍ଗକୁ ପଞ୍ଚାମୃତ ରେ ସ୍ନାନ କରାଇବା ଦ୍ୱାରା ମହାଦେବଙ୍କ କୃପା ମିଳିଥାଏ ଓ ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ। କାର୍ତ୍ତିକ ମାସ ରେ ଦୀପ ଦାନ ର ଖୁବ ମହତ୍ୱ ରହିଛି l କିନ୍ତୁ ବିଶେଷ ଭାବେ କାର୍ତିକ ମାସ ସୋମବାର ଦିନ ଦୀପ ଦାନ କରିବାର ବିଶେଷ ମହତ୍ୱ ରହିଛି l ଏହି ଦିନ ଦୀପ ଦାନ କରି ଶିବ ପଞ୍ଚକ୍ଷରୀ ପାଠ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ସୋମବାର ଦିନ ମହାଦେବଙ୍କ ନିକଟରେ ରୁଦ୍ରାଭିଷେକ କରାଇବା ଦ୍ୱାରା ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ ଓ ଅଟକି ଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ମହାଦେବଙ୍କୁ ଘିଅ ଓ ଗଙ୍ଗା ଜଳରେ ଅଭିଷେକ କରାଇବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ। ମାନ୍ୟତା ରହିଛି ଯେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୋମବାର ଦିନ ମହାଦେବଙ୍କୁ ଆଖୁ ରସରେ ଅଭିଷେକ କରାନ୍ତୁ l ଯାହାଦ୍ୱାରା ଆର୍ଥିକ ଅନାଟନ ଦୂର ହୋଇଥାଏ l ଏହିଦିନ ଚାଉଳ ରେ କଳା ରାଶି ମିଶାଇ ଦାନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ l