ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଉତ୍କଳ ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ରସଂଘର ସ୍ଵତନ୍ତ୍ର ସାଧାରଣ ପରିଷଦର ବାର୍ଷିକ ବୈଠକ ସଭାପତି ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ଦାସ ପୁରାତନ ଛାତ୍ର ସଂଘର କାର୍ଯ୍ୟାବଳୀ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସଂଘର ଯୁଗ୍ମ କୋଷାଧ୍ୟକ୍ଷ ଶ୍ରୀ ବୀର କିଶୋର ଦାଶ ବାର୍ଷିକ ଆୟବ୍ୟୟର ଅଡିଟ୍ ରିପୋର୍ଟ ଉପସ୍ଥାପନ କରିଥିଲେ ଏବଂ ଏହା ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା ।
ମାନ୍ୟବର ସଭ୍ୟମାନେ ପୁରାତନ ସଂଘର ସାଙ୍ଗଠନିକ ସୁଦୃଜୀକରଣ ସହିତ ଏହାକୁ କ୍ରିୟାଶୀଳ କରିବା ପାଇଁ ମତାମତ ପ୍ରଦାନ କରିଥିଲେ । ଆଗାମୀ ତିନି ବର୍ଷ ପାଇଁ କାର୍ଯ୍ୟକାରୀ କମିଟିରେ ସର୍ବସମ୍ମତି କ୍ରମେ ଶ୍ରୀ ସତ୍ୟଜିତ୍ ମହାନ୍ତି- ସଭାପତି, ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ-ସାଧାରଣ ସମ୍ପାଦକ, ଶ୍ରୀ ରଘୁନାଥ ପୃଷ୍ଟି- ଉପସଭାପତି, ଶ୍ରୀ ଅମୀୟ କୁମାର ମହାନ୍ତି-କୋଷାଧ୍ୟକ୍ଷ, ଶ୍ରୀ ବୀର କିଶୋର ଦାଶ– ଯୁଗ୍ମ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଏତଦ୍ବ୍ୟତୀତ କାର୍ଯ୍ୟକାରୀ କମିଟିରେ ୪୦ଜଣ ସଦସ୍ୟ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।