ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଗୋଟିଏ ପଟେ ଦଶହରା ବଜାରରେ ବିଭିନ୍ନ ହଲରେ ଫିଲ୍ମ ରିଲିଜ ହୋଇଛି। ଅନ୍ୟପଟେ ଅନ୍ୟତମ ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି। ଅରିନ୍ଦମଙ୍କ ଫିଲ୍ମ ରିଲିଜ ନକରାଇ ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ଷଡଯନ୍ତ୍ର ବାରିଛି ପ୍ରଯୋଜକ ସଂଘ। ରାମ୍ ଫିଲ୍ମର କଳାକାର ଜିତୁ ମଂଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ବିବାଦ ରହିଛି।ଯେଉଁଥିପାଇଁ ରାମ୍ ଫିଲ୍ମ ସମ୍ବଲପୁରରେ ରିଲିଜ୍ ହୋଇପାରିନଥିବା ଅଭିଯୋଗ ହୋଇଛି।
୨୦ ତାରିଖରେ ରାମ୍ ଫିଲ୍ମ ସାରା ରାଜ୍ୟରେ ରିଲିଜ ହୋଇଥିଲା। ହେଲେ ସମ୍ବଲପୁରରେ ରିଲିଜ ନହୋଇପାରିବା ପରେ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଏହାପରେ ଆଜି ଜରୁରୀ ବୈଠକ ବସିଥିଲା। ଯେଉଁଥିରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ କୌଣସି ଫିଲ୍ମରେ ଅଭିନୟ କରାଇ ନଦେବାକୁ ନିଷ୍ପତି ହୋଇଛି।