ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସାରା ଦେଶର ନାଗରିକଙ୍କୁ ସତର୍କ କରିବାକୁ ଫୋନରେ ବାଜୁଛି ଆଲାର୍ମ। ବିପର୍ଯ୍ୟୟବେଳେ ସତର୍କ କରିବାକୁ ଜାତୀୟ ବିପର୍ଯ୍ୟୟ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି। ତେବେ ଟେଲିକମ ବିଭାଗ ପକ୍ଷରୁ ସାରା ଦେଶରେ ଚାଲିଛି ପରୀକ୍ଷଣ। ଇଂରାଜୀ ସହ ଆଞ୍ଚଳିକ ଭାଷାରେ ଆସୁଛି ମେସଜ। ତେବେ ଦିନ ୧୧:୩୦ ପରେ ମୋବାଇଲକୁ ଆସୁଛି ଏହି ଆଲର୍ଟ। ଏନେଇ ଦିନ ୩ଟା ରେ ପ୍ରେସମିଟରେ ସବିଶେଷ ଆଲୋଚନା କରିବେ ଟେଲିକମ ବିଭାଗ।