ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ। ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା। ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ। ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗତକାଲି ସ୍ବେଚ୍ଛାକୃତ ଅବସର ନେଇଥିଲେ ବରିଷ୍ଠ ଆଇଏଏସ ଭି.କେ. ପାଣ୍ଡିଆନ। ୨୦୦୦ ବ୍ୟାଚର ଆଇଏଏସ ଅଫିସର ପାଣ୍ଡିଆନଙ୍କ ଭିଆରଏସଙ୍କୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ କରିଛି କେନ୍ଦ୍ରର କାର୍ମିକ ବିଭାଗ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭାବେ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ 5T ସଚିବଙ୍କ ରହିଛି ଉଲ୍ଲେଖନୀୟ ଭୂମିକା। ଓଡ଼ିଶାକୁ ବିକଶିତ ଓ ସମୃଦ୍ଧ କରି ଗଢିତୋଳିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ସ୍ବପ୍ନ ଓ ନିର୍ଦ୍ଦେଶକୁ ବାସ୍ତବତାର ରୂପ ଦେଇଛନ୍ତି ପାଣ୍ଡିଆନ ।