ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବୈଷୟିକ ତ୍ରୁଟି ପାଇଁ ସ୍ଥଗିତ ରହିଲା ଗଗନଯାନ ପରୀକ୍ଷଣ। କାଉଣ୍ଟଡାଉନ ଚାଲିଥିବା ବେଳେ ଅଟକିଲା ମିଶନ। ଶେଷ ୫ ସେକେଣ୍ଡ ପୂର୍ବରୁ କରାଗଲା ବାତିଲ। ଏନେଇ ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ। ଖୁବଶୀଘ୍ର ଟେଷ୍ଟିଂ ନେଇ ଘୋଷଣା କରାଯିବ।
ଆଜି ସକାଳ ୮ଟାରେ ପ୍ରଥମ ପରୀକ୍ଷଣ ହୋଇଥାନ୍ତା। ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ପ୍ରଥମ ପରୀକ୍ଷଣ କରାଯିବାର ଥିଲା। ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ଗଗନଯାନ ମିଶନର ଟେଷ୍ଟ କରିବାକୁ ଯାଉଛି। ଏହି ମିଶନରେ ୩ ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ। ଯାହାକି ୩ଦିନ ପର୍ଯ୍ୟନ୍ତ ଚାଲିବ। ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଅଣାଯିବ। ଏହି ମିଶନର ଲ୍ୟାଣ୍ଡିଂ ସମୁଦ୍ର ମଧ୍ୟରେ କରାଯିବ।
ଉତକ୍ଷେପଣର ୬୦ ସେକେଣ୍ଡ ପରେ ପରୀକ୍ଷଣ ଯାନ ଏକ୍ସପୋର୍ଟ ସିଷ୍ଟମ ସହିତ ୧୧.୭ କିମି ଉଚ୍ଚତା ଉପରେ ବାହନଠାରୁ ଅଲଗା ହୋଇଯିବ। ଆଗାମୀ ୩୦ ସେକେଣ୍ଡ ପରେ ସିଇଏମ-ସିଏଏସ ୧୪୮.୭ ମିଟର ସେକେଣ୍ଡ ବେଗରେ ୧୬.୭ କିମି ଉଚ୍ଚତା ଉପରେ ଅଲଗା ହୋଇଯିବ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।