ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଯୌନଇଛାକୁ ନିୟନ୍ତ୍ରଣାଧୀନ କରିବାକୁ ଝିଅ ମାନଙ୍କୁ କୋର୍ଟଙ୍କ ପରାମର୍ଶ। କିଛି ମୁହୂର୍ତ୍ତର ସୁଖ ପାଇଁ ନିଜ ଜୀବନକୁ ଘନ ଅନ୍ଧାରକୁ ଟାଣି ନିଅ ନାହିଁ। ଏକ ମାମଲାର ଶୁଣାଣି ସମୟରେ କଲିକତା ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। କିଶୋରୀ ଝିଅମାନେ ନିଜ ଇଛା କାବୁରେ ରଖନ୍ତୁ , କିଶୋର ପୁଅମାନେ ମଧ୍ୟ ଯୁବତୀ ଓ ମହିଳା ମାନଙ୍କୁ ସମ୍ମାନ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ହାଇକୋର୍ଟ।
ଜଷ୍ଟିସ ଚିତ୍ତରଞ୍ଜନ ଦାସ ଏବଂ ଜଷ୍ଟିସ ପାର୍ଥ ସାରଥୀ ସେନଙ୍କ ବେଞ୍ଚ ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଆରୋପୀଙ୍କୁ ଖଲାସ କରିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ଗତବର୍ଷ ଅଭିଯୁକ୍ତ ନାବାଳକକୁ ପୋକ୍ସୋ ଆକ୍ଟ ଅନୁସାରେ ୨୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ନାବାଳକ ଜଣକ ଏହା ବିରୋଧରେ ଯାଇ ହାଇକୋର୍ଟରେ ଅପିଲ କରିଥିଲେ।