ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୟୁଟ୍ୟୁବର ନ୍ୟୁଜ୍ ଷ୍ଟୋରୀ ଦ୍ବାରା ମିଥ୍ୟା କିମ୍ବା ବିଭ୍ରାନ୍ତକାରୀ ତଥ୍ୟ ପାଇବେନି ୟୁଜର୍ସ। ଅନେକ ସମୟରେ ୟୁଟ୍ୟୁବରେ ମିଥ୍ୟା ଖବର ଏବଂ ନକଲି ଥମ୍ବନେଲ ଲଗାଇ ଖବର ପରିବେଷଣ କରାଯାଇଥାଏ। ଯାହାର ପ୍ରଭାବ ୟୁଜର୍ସମାନଙ୍କ ଉପରେ ପଡିଥାଏ। ତେବେ ଏହି ସମସ୍ୟାର ମୁକାବିଲା କରିବା ପାଇଁ କମ୍ପାନୀ ଆପରେ ‘ନ୍ୟୁଜ୍ ଷ୍ଟୋରୀ’ ନାମକ ଏକ ଫିଚର ରୋଲଆଉଟ କରିଛି। ୟୁଟ୍ୟୁବର ନ୍ୟୁଜ୍ ଷ୍ଟୋରୀ ଫିଚର ଗୁଗୁଲର ନ୍ୟୁଜ୍ ଫିଡ୍ ପରି କାମ କରିବ। ଯେତେବେଳେ ଆପଣ ଗୋଟିଏ ନ୍ୟୁଜ୍ ଦେଖୁଥିବେ ସେତେବେଳେ ନିମ୍ନରେ ବିଭିନ୍ନ ପ୍ରାଧିକୃତ ଚ୍ୟାନେଲ୍ରୁ ସେହି ସମ୍ବନ୍ଧୀୟ ଖବର ରେକମେଣ୍ଡ୍ କରିବ। ସେହି ବିଷୟ ସହିତ ଜଡିତ ଲାଇଭ୍ ଷ୍ଟ୍ରିମ୍, ପଡ୍କାଷ୍ଟ, ସର୍ଟ ଭିଡିଓ ଇତ୍ୟାଦି ମଧ୍ୟ ନିମ୍ନରେ ଦିଆଯାଇଥିବା ଫିଡରେ ଦେଖାଯିବ। ଏହା ମାଧ୍ୟମରେ ୟୁଜର୍ସ ସଠିକ ସୂଚନା ପାଇବେ। ୟୁଟ୍ୟୁବର ନ୍ୟୁଜ ଷ୍ଟୋରୀ ଫିଚର ଖୁବଶୀଘ୍ର 40ଟି ଦେଶରେ ରୋଲଆଉଟ ହୋଇପାରେ। ତେବେ ଆଗାମୀ ଦିନରେ ଖୁବଶୀଘ୍ର ମୋବାଇଲ ବ୍ୟତୀତ ଡେକ୍ସଟପରେ ମଧ୍ୟ ଏହି ଫିଚର ଲଞ୍ଚ ହୋଇପାରେ।