ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବାଂଲାଦେଶ ଇନିଂସର ୯ମ ଓଭର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପକାଉଥିଲେ। କିନ୍ତୁ ସେ ତୃତୀୟ ବଲ ପକାଇବା ପରେ ଆହତ ହୋଇଥିଲେ। ତେଣୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ପାଣ୍ଡ୍ୟାଙ୍କ ଓଭରର ବାକି ୩ଟି ବଲ ପକାଇବାକୁ ଅଧିନାୟକ ରୋହିତ ଶର୍ମା ଷ୍ଟାର ବ୍ୟାଟର ବିରାଟଙ୍କୁ କହିଥିଲେ। ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଆଜି ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚରେ ବୋଲିଂ କରିଛନ୍ତି। ପୁଣେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ବିରାଟ ଆଜି ବୋଲିଂ କଳା ସମସ୍ତଙ୍କୁ ଦେଖାଇଛନ୍ତି। ବିରାଟ ମଧ୍ୟ ୩ଟି ବଲ ପକାଇ କେବଳ ୨ ରନ ଦେଇଛନ୍ତି। ଲିଟନ ଦାସ ଓ ତଞ୍ଜିଦ ହାସନ ୧ ରନ ଲେଖାଏ ତାଙ୍କ ବଲରୁ ହାସଲ କରିଛନ୍ତି। ବିରାଟ ବୋଲିଂ କରିବା ବେଳେ ପୂରା ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକମାନେ ତାଙ୍କୁ କର ତାଳି ଦେଇ ସ୍ୱାଗତ କରିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।