ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମଙ୍ଗଳବାର ଦିନ ଦିଲ୍ଲୀରେ ୬୯ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଅନୁଷ୍ଠିତ ହୋଇଛି। ପୁଷ୍ପା ସିନେମା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ରକେଟ୍ରି ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଗଙ୍ଗୁବାଇ କାଠିଆୱାଡୀ ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ଚଳଚିତ୍ର ପାଇଁ କୀର୍ତି ସାନନଙ୍କୁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ନ୍ୟାସନାଲ ଫିଲ୍ମ ପୁରସ୍କାର ବିଜେତାଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ। ସେହି ହିସାବରେ ସେମାନଙ୍କୁ ପୁରସ୍କାର ରାଶି ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଦୁଇ ବିଭାଗ ମଧ୍ୟରୁ ପ୍ରଥମ ସ୍ୱର୍ଣ୍ଣ କମଳ ଓ ଦ୍ୱିତୀୟଟି ରଜତ କମଳ ବୋଲି ଗଣନା କରାଯାଏ। ସ୍ୱର୍ଣ୍ଣ କମଳ ବିଜେତାଙ୍କୁ ପୁରସ୍କାର ଭାବେ ଅଧିକ ରାଶି ପ୍ରଦାନ କରାଯାଇଥାଏ ।