ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଐତିହାସିକ ରାୟ ୫ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ କହିଛନ୍ତି ଯେ, କୋର୍ଟ ଆଇନ ତିଆରି କରିପାରିବେ ନାହିଁ। ଏହା କେବଳ ଏହାର ବ୍ୟାଖ୍ୟା ଏବଂ କାର୍ଯ୍ୟକାରୀ କରିପାରିବ।
ସ୍ୱତନ୍ତ୍ର ବିବାହ ଆଇନର ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ ତାହା ସ୍ଥିର କରିବା ସଂସଦର କାର୍ଯ୍ୟ। ଜୀବନସାଥୀ ବାଛିବାରେ ସମସ୍ତଙ୍କ ଅଧିକାର ରହିଛି। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ। ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ସୁପ୍ରିମକୋର୍ଟ। ସଂସଦ ଆଇନ ନଆଣିବା ଯାଏ ଏନେଇ ସ୍ବୀକୃତି ଦେଇହେବନି। ଏ ନେଇ ସଂସଦ ନିଷ୍ପତ୍ତି ନେଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି।