ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନିର୍ବାଚନ ଲଢ଼ିବେ କି ନାହିଁ, ଯଦି ଲଢ଼ିବେ କେଉଁ ଦଳ ରୁ ଲଢ଼ିବେ ସେ ସମ୍ପର୍କ ରେ କିଛି ଜଣାଇନାହାନ୍ତି। ହେଲେ ମନ୍ତବ୍ୟ ‘ବୋଧେ’ ନବୀନ ସପକ୍ଷରେ। ‘ବୋଧେ’ ଶବ୍ଦର ଉଚ୍ଚାରଣ କରିଚାଲିଛନ୍ତି ମନ୍ମଥ। ହେଲେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ସପୋର୍ଟ। ରାଜନୀତିର ସ୍ୱାଦ ଚାଖିଲେଣୀ କି ମନ୍ମଥ ରାଉତରାୟ ? ଏବେ କଣ ବାକଚତୁରତା କରୁଛନ୍ତି ସେ ? ଚାଲିଲାଣି ଚର୍ଚ୍ଚା, ଅକ୍ଟୋବରରେ ଦେବେ ସ୍ପଷ୍ଟିକରଣ ବୋଲି ଆଗରୁ କହିଥିଲେ, ଏହା କଣ ସ୍ପଷ୍ଟିକରଣର ଝଲକ ? ମନ୍ମଥ ଲଢ଼ିବେ ବିଜେଡିରୁ ଏଭଳି ଅନେକ କଳ୍ପନା ଜଳ୍ପନା ହେଉଥିବା ବେଳେ ସୁର ରାଉତରାୟ କହିଥିଲେ ଯେ, ‘ ମୋ ରକ୍ତରେ କଂଗ୍ରେସ, ମୋ ପୁଅ କଂଗ୍ରେସରୁ ଲଢ଼ିବ’ କିନ୍ତୁ ମନ୍ମଥ କହିଥିଲେ, ମୁଁ କଂଗ୍ରେସରୁ ଲଢ଼ିବି ନାହିଁ, ସମୀକ୍ଷା କରୁଛି କେଉଁ ଦଳରୁ ଲଢ଼ିବି ସ୍ପଷ୍ଟିକରଣ ଅକ୍ଟୋବରରେ ଦେବି। ତେବେ ଆଗକୁ ଦେଖିବା ଅକ୍ଟୋବରରେ ପ୍ରତିକ୍ରିୟା କିଭଳି ରହିବ।