ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅମାନିଆ ହେଉଛି କଳିଙ୍ଗ ହସ୍ପିଟାଲ। ରୋଗୀଙ୍କ ଜୀବନ ସହ ଖେଳୁଛି କଳିଙ୍ଗ ହସପିଟାଲ। ଟଙ୍କା ନାହିଁ ତ ଚିକିତ୍ସା ନାହିଁ ଏମିତି ଫତୱା ଜାରି କରି ଚର୍ଚ୍ଚାରେ ଏବେ ରାଜଧାନୀରେ ଛାତି ଉପରେ ଥିବା କଳିଙ୍ଗ ହସପିଟାଲ। ଅଭିଯୋଗ ଅନୁସାରେ ଏଠି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ରାଜ୍ୟ ସରକାର ଦେଇଥିବା କାର୍ଡ କାମରେ ଆସୁନାହିଁ। କେମିତି କାର୍ଡ ଥାଇ ରୋଗୀ ହନ୍ତସନ୍ତ ହେଉଛନ୍ତି ଏହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାହା ବଳରେ ବଳିୟାନ୍ ହୋଇଛି କଳିଙ୍ଗ ହସପିଟାଲ।
କିଏ ଦେଉଛି କଳିଙ୍ଗ ହସପିଟାଲକୁ ବଳ କାହା ଵାଲାରେ ହେଉଛି ବଳିୟାନ। କାହିଁକି ହସପିଟାଲ ରୋଗୀକୁ ଶୋଷଣ କରୁଛି ଏହାକୁ ନେଇ ଉଠିଛି ପ୍ରଶ୍ନ। ୫୨ ହଜାର ଟଙ୍କା ଦାବି କରି ମୃତଦେହ ଛାଡୁନଥିଲା କଳିଙ୍ଗ ହସ୍ପିଟାଲ। ଭୁବନେଶ୍ଵର କଳିଙ୍ଗ ହସପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗତ 14 ତାରିଖରେ କଟକ ନିଆଳି ଅଞ୍ଚଳର ଜୟତ୍ରୀ ଭୁବନ ସ୍ଵାଇଁକୁ ଗତ ୧୦ତାରିଖରେ ଭୁବନେଶ୍ୱର କଳିଙ୍ଗ ହସିଟାଲରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କ ପାଖରେ bsky କାର୍ଡ ଥିଲେ ମଧ୍ୟ ୫୦ହଜାର ଟଙ୍କା ମଗାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାବି ମୁତାବକ ଟଙ୍କା ଦେଇଥିଲେ ପରିବାର ଲୋକେ।
ତେବେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଆଉ ୫୨ହଜାର ଦାବି କରି ମୃତଦେହ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା ଗୋଟିଏ ପଟେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ମିଳୁଥିବା ରାଜ୍ୟ ସରକାର ଘୋଷଣା କରୁଥିବା ବେଳେ ଘରୋଇ ହସ୍ପିଟାଲରେ ଏହାର ବାସ୍ତବତା ପଦାରେ ପଡ଼ିଛ। ଏହି ଘଟଣା ପରେ କଳିଙ୍ଗ ହସପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି ।