ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୭୩ ବର୍ଷ ବୟସରେ ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ମୃତ୍ୟ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ପୂର୍ବତନ ବିଧାୟକଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି। ପିପିଲିର ଜନେ ଟାଣୁଆ ନେତା ଥିଲେ ଯୁଧିଷ୍ଠିର। ପ୍ରତ୍ୟେକ ନିର୍ବାଚନରେ ଦିବଂଗତ ନେତା ପ୍ରଦୀପ ମହାରଥିଙ୍କୁ କଡା ଟକ୍କର ଦେଉଥିଲେ ଯୁଧିଷ୍ଠିର। ଗତ କିଛି ମାସ ହେଲା ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲଗାତର ଭାବେ ଡାକ୍ତରୀ ଟିମ ତାଙ୍କ ଅସୁସ୍ଥତା ନେଇ ତାଙ୍କ ଉପରେ ଧ୍ୟାନ ରଖିଥିଲେ। ହେଲେ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଯୁଧିଷ୍ଠିର ସାମନ୍ତରାୟ। ପିପିଲିର ଜଣେ ଦକ୍ଷ ନେତା ଭାବେ ବେଶ୍ ଜଣାଶୁଣା। ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ। କଂଗ୍ରେସ ଟିକେଟି ପାଇ ନିର୍ବାଚିତ ହୋଇଥିଲେ ଯୁଧିଷ୍ଠିର। ତେବେ ଯୁଧିଷ୍ଠିର ସାମନ୍ତାରାୟଙ୍କ ଦେହାନ୍ତ ପରେ ଚାରିଆଡୁ ଶୋକରେ ଛାୟା ଖେଳିଯାଇଛି । ଦଳୀୟ ନେତା ଓ କର୍ମୀମାନଙ୍କ ପକ୍ଷରୁ ବାସଭବନରେ ଭିଡ ଜମିଥିବାର ଦେଖିବାକୁ ମିଳିଛି ।