ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶାର ଉନ୍ନତିର ଧାରାକୁ ତ୍ୱରାନ୍ୱିତ କରିବାକୁ ଯାଇ ୧୯୯୨ ର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ୧୩ ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିବର୍ତ୍ତିତ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲା କୁ ୪ ଗୋଟି ଜିଲ୍ଲାରେ ବିଭକ୍ତ କରାଯିବା ସହ ,ତାହାର ଏକ ଅଂଶ ଭାବେ ମାଲକାନଗିରି ଜିଲ୍ଲାକୁ ୭ ଟି ବ୍ଲକ୍ ରେ ପରିଣତ ହୋଇଥିଲା।
ଆଦିବlସୀ ବହୁଳ ଏହି ଉପାନ୍ତ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ଜନlଭିମୁଖୀ କରିବା ଉଦ୍ଦେଶ୍ୟରେ ନିକଟରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକ୍ଷ୍ମୀ ଯୋଜନା କୁ ଉଦଘାଟନ କରି ସର୍ଵ ସାଧାରଣରେ ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି ।
ଅଭିନବ ପ୍ରୟାସ ଦ୍ଵାରା ଜିଲ୍ଲାର ସାତଟି ବ୍ଲକ୍ ପାଇଁ ସାତଟି ଏ ସି ବସ ର ବ୍ୟବସ୍ଥା ଥିବା ସହ ଜିଲ୍ଲାର ସଦର ମହକୁମାକୁ ବିଭିନ୍ନ ଗ୍ରାମ ପଞ୍ଚାୟତ ସହ ସଂଯୁକ୍ତ କରାଯାଇଛି।। ଏହି ବସ ସେବା ମାଲକାନଗିରିରୁ କୋରୁକୁଣ୍ଡା ଓ କାଳିମେଳା ଅଂଚଳକୁ ଦିନକୁ ୬ ଥର ଓ ମାଲକାନଗିରିରୁ ମାଥିଲି, ଖଇରପୁଟ, ଚିତ୍ରକୁଣ୍ଡା ଓ ପଡିଆ କୁ ଦିନକୁ ୪ ଥର ଯିବା ଆସିବା କରିବ।
ଏଥିପାଇଁ ଏ ସି ବସ ରେ ଏକରୁ ଦଶ କିଲୋମିଟର ଯାତ୍ରା କରିବା ନିମନ୍ତେ ଜଣ ପିଛା ୧୦ ଟଙ୍କା ଓ ଅଣ ଏ ସି ବସରେ ସମାନ ଦୁରତାର ଯାତ୍ରା କରିବା ପାଇଁ ୫ ଟଙ୍କା ଭଡ଼ା ଦେବା ପାଇଁ ହେବ। ଅଧିକନ୍ତୁ ଏହି ବସ ଗୁଡିକରେ ବରିଷ୍ଠ ନାଗରିକ,ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା କୁ ବିମାନ ସେବା ଓ ରେଳ ସେବା ଦେବା ପାଇଁ ପ୍ରୟାସ ଚାଲୁ ଥିବା ବେଳେ ଏହି ବସ ସେବା ଜିଲ୍ଲାର ଜନ ସାଧାରଣଙ୍କ ମନରେ ବେଶ ଆନନ୍ଦ ଓ ସନ୍ତୋଷ ସୃଷ୍ଟି କରିଛି।