ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବୁଣାକାର ଓ ହସ୍ତତନ୍ତ କାରିଗରଙ୍କ ପାଇଁ ଖୁସି ଖବର। ବଳିଆ ଯୋଜନାରେ ଋଣ ସହାୟତା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅତ୍ୟନ୍ତ କଳାତ୍ମକ ଡିଜାଇନ , ନିଖୁଣ ଏବଂ ସୁନ୍ଦର ରୁପରେଖ ପାଇଁ ଓଡ଼ିଶାର ହସ୍ତତନ୍ତ ଦେଶବିଦେଶରେ ଏଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି। ରାଜ୍ୟରେ ବୁଣାକାର ମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ୍ର ଐତିହକୁ ସଂରକ୍ଷିତ ରଖିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକ୍ରମ କରାଯାଇଛି ।
ରାଜ୍ୟସରକାର ଭେଟି ଭାବରେ ବୁଣାକାରମାନଙ୍କ ପାଇଁ ବଳିଆ ଯୋଜନାର ଋଣ ସହାୟତା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି । ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ବୁଣାକାର ମାନଙ୍କ ରୋଜଗାର ସୁନିଶ୍ଚିତ କରିବା, ଅର୍ଥନୈତିକ ଅବସ୍ତାକୁ ସୁଦୃଢ କରିବା ଓ ସୁରକ୍ଷିତ କରିବା ଏହି ଯୋଜନା ଗୁଡ଼ିକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ପ୍ରୟାସ ଏବଂ ହସ୍ତକ୍ଷେପ ଫଳରେ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ଅଭିବୃଦ୍ଧି ହେବ ବୋଲି ଆଶା।