ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଜନଜାତିଙ୍କ କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ହେଉଛି ସୁନିଶ୍ଚିତ। ଆର୍ଥିକ ସହ ସାଂସ୍କୃତିକ ବିକାଶକୁ ମଧ୍ୟ ଦିଆଯାଇଛି ବିଶେଷ ଗୁରୁତ୍ୱ। ରାଜ୍ୟ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅତିରିକ୍ତ ₹୧୭୫.୫ କୋଟିର ଅନୁଦାନ ମଞ୍ଜୁର କରିଛନ୍ତି। ଲୋକଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ₹୩୫୧ କୋଟିର ଅନୁଦାନ ମିଳିବ। ଜନଜାତିଙ୍କ ଭାଷା, କଳା ଓ ସଂସ୍କୃତି ଆହୁରି ସମୃଦ୍ଧ ହେବା ସହ ନୂଆ ଓଡ଼ିଶା ଗଠନରେ ସେମାନଙ୍କ ଭାଗିଦାରୀ ବଢ଼ିବ।