ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଦିଲ୍ଲୀରେ ପ୍ରେସ କନଫରେନ୍ସ କରି ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ତାରିଖ ଘୋଷଣା କରାଯାଇଛି।
ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ଡିସେମ୍ବର ୩ ତାରିଖରେ ୫ ରାଜ୍ୟ ବିଧାନସଭା ଭୋଟ ଗଣତି ହେବାନେଇ ସୂଚନା ଦେଇଛନ୍ତି। ତାହା ସହ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଇଛି।
ଅନ୍ୟ ସମସ୍ତ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ।
ସେହିପରି ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ। ରାଜସ୍ଥାନରେ ନଭେମ୍ବର ୨୩ରେ ନିର୍ବାଚନ ହେବ ବୋଲି ସୂଚନା ଦିଆଯାଇଛି। ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ।