ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଧୁମଧାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ କୋଲଣଗିରି ପଞ୍ଚାୟତ ଅଧିନସ୍ତ ନାନାକାର ମହିମା ଆଶ୍ରମ ଠାରୁ ଶୁଭାରମ୍ଭ କରାଯାଇଥିଲା। ବଡ଼ଚଣାର ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥିଙ୍କ ସହିତ ସହ ସହ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଓ ମିଶନ ଶକ୍ତିର ମହିଳା ମାନଙ୍କ ଗ୍ରହଣରେ ପ୍ରାୟ 5 କିଲୋମିଟର ରାସ୍ତା ପରିକ୍ରମ କରି ସାଉଡ଼ିଆ ପଞ୍ଚାୟତ ସ୍ଥିତ ତାଳୁଆ ଶନିଶ୍ଚର ମଣ୍ଡପ ପାଖରେ ଆୟୋଜିତ ଏକ ସଭାରେ ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବଡ଼ଚଣାର ସାମଗ୍ରୀକ ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ଙ୍କୁ ଆସନ୍ତା 2024 ନିର୍ବାଚନରେ ନିର୍ବାଚିତ କରିବା ପାଇଁ ବିଜେଡି କର୍ମୀମାନେ ସଂକଳ୍ପ ବଦ୍ଧ ହେବା ଉଚିତ ବୋଲି ମତ ଦେଇଥିଲେ। ଉକ୍ତ ସଭାରେ ବଡ଼ଚଣାର ପଞ୍ଚାୟତ ସମିତି ଅଧକ୍ଷା ମିନତୀ ସେନାପତି, ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲ, ଜିଲ୍ଲାପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ, ନିରଞ୍ଜନ ସେନାପତି, ଛାତ୍ର ସଭାପତି ଯତୀନ୍ଦ୍ର ନାୟକ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ ସାମଲ, ଆତ୍ମା ଅଧକ୍ଷ ବିପିନ୍ନ ବିହାରୀ ଜେନା, ବିପିନ୍ନ ବିହାରୀ ଜେନା,ଅମର ମହାନ୍ତି, ମିହିର କୁମାର ସ୍ୱାଇଁ, ସମରେନ୍ଦ୍ର ମହାପାତ୍ର,ସରପଞ୍ଚ କିଶୋର ଚନ୍ଦ୍ର ବେହୁରା, ମିଶନ ଶକ୍ତି ସଭାନେତ୍ରୀ ପ୍ରମିଳା ଜେନା, ପ୍ରମୁଖ ସଭାରେ ଉପସ୍ଥିତ ରହି ନିଜ ନିଜର ମତ ବ୍ୟକ୍ତ କରିଥିଲେ। ମଝିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ତାପସ ରାୟ ସଭା ପରିଚାଳନା କରିଥିଲେ। ପଞ୍ଚାନନ ଧଳ ଓ ଯୁବନେତା ସଚିତାନନ୍ଦ ଜେନା ମଧ୍ୟ ଉପସ୍ଥିତ ରହିଥିଲେ।