ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭାରତ ଓ କାନାଡ଼ା ମଧ୍ୟରେ ଚାଲିଥିବା ତୀବ୍ର ବିବାଦ ର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ। କାନାଡ଼ା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୁଙ୍କୁ ଫୋନ କରି ଏହି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ଆଲୋଚନା ବେଳେ ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ବ ଓ ଆଇନ ର ଶାସନ ପ୍ରତି ସମ୍ମାନ ଦେବା ଉପରେ ସୁନକ ଗୁରୁତ୍ୱ ଦେଇଥିଲେ। ଭିଏନା କନଭେନସନ ଆଧାରରେ ଉଭୟ କୂଟନୈତିକ ସମ୍ପର୍କ ବଜାୟ ରଖିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସୁନକ ନିଜ ଦେଶର ସ୍ଥିତି ସ୍ପଷ୍ଠ କରିବା ସହ ପରିସ୍ଥିତି ସୁଧାରିବା ପାଇଁ ନିୟମିତ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଥିବା ୧୦ – ଡ଼ୁନିଙ୍ଗ ଷ୍ଟ୍ରିଟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଶନିବାର ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଗୁରୁଦ୍ୱାରରେ ଖଲୀସ୍ତାନୀ ମାନେ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରେଇସ୍ୱାମୀ ଙ୍କୁ ଦୁର୍ବ୍ୟବହାର କରିବା ପରେ ଚିନ୍ତିତ ସୁନକ ଏଭଳି ପଦକ୍ଷେପ ନେବା କୁହାଯାଉଛି। ଅନ୍ୟପକ୍ଷେ ଶୁକ୍ରବାର ଭାରତର ଚେତାବନୀ ଆଧାରରେ କାନାଡ଼ା ଭାରତରୁ ଏହାର କୂଟନୀତିଜ୍ଞ ପ୍ରତ୍ୟାହାର ଆରମ୍ଭ କରିଛି।