ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅକ୍ଟୋବର ୮ ତାରିଖ ବାୟୁସେନା ଦିବସ। ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା। ଦେଶ ସୁରକ୍ଷାରେ ବାୟୁସେନାର ଭୂମିକାକୁ ଆଜି ମନେ ପକାଉଛି ସାରା ଦେଶ।
ଆଜି ଉତ୍ତରପ୍ରଦେଶର ପ୍ରୟାଗରେଜରେ ୯୧ତମ ପ୍ରତିଷ୍ଠା ଦିବସରେ ନିଜର ପରାକାଷ୍ଠା ଓ ବୀରତ୍ବ ଦେଖାଇବ ବାୟୁସେନା। ସହିଦ ବାୟୁ ବୀରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି। ଏଥିସହ ବାୟୁସେନାର କିଛି ପରିବର୍ତ୍ତନ ନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି।
ପ୍ରୟାଗରାଜରୁ ସାରା ବିଶ୍ବ ଦେଖିବ ଭାରତୀୟ ବାୟୁସେନାର ଦମ। ଏଠାରେ ହେବାକୁ ଥିବା ଏୟାର ଶୋ’ରେ ରାଫେଲ୍ ଦେଖାଇବ ନିଜ ପରାକ୍ରମ। ଏହାସହ ତେଜସ୍ ଫାଇଟର ଜେଟ ଦେଖାଇବ ଦମ। ସେହିପରି ଚେତକ ଓ ରୁଦ୍ର ହେଲିକପ୍ଟରର ପରାକ୍ରମ ଦେଖିବ ସାରା ବିଶ୍ବ। ଏହାସହ ଟାଇଗର ମାର୍ଥ ବିମାନ, ହାର୍ବଟ ଟ୍ରେନର୍, ଟ୍ରାନ୍ସପୋର୍ଟ ବିମାନ ସି ଓ୍ବାନ ୩୦ ବି ଦେଖାଇବେ ପରାକ୍ରମ।
୧୯୪୭-୧୯୪୮ ପାକିସ୍ତାନ ସହ ଯୁଦ୍ଧ, ୧୯୬୫, ୧୯୭୧, ୧୯୯୯ର କାରଗିର ଓ୍ବାର ବିଜୟରେ ବାୟୁସେନା ପ୍ରମୁଖ ଭୂମିକା ଥିଲା। ଆକାଶ ମାର୍ଗକୁ ଶତ୍ରୁକୁ ପରାଜୟର ସ୍ବାଦ ଚଖେଇଥିଲା ବାୟୁସେନା। ଭାରତର ସାର୍ବଭୌମତ୍ବ , ସୀମା ସୁରକ୍ଷା କ୍ଷେତ୍ର ବଡ଼ ଭୂମିକା ନିର୍ବାହ କରେ ବାୟୁସେନା।