ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅନ୍ତର୍ଜାତୀୟ ସ୍ତରରେ ମହକିଲା କୋରାପୁଟ କଫି। ଓଡିଶାର କଫିକୁ ଆନ୍ତର୍ଜାତିକ ସ୍ତରରେ ମିଳିଲା ସମ୍ମାନ। ବାଙ୍ଗାଲୋରରେ ଆୟୋଜିତ ପଞ୍ଚମ ଆନ୍ତର୍ଜାତିକ କଫି ସମ୍ମିଳନୀରେ କୋରାପୁଟ ଜିଲ୍ଲାର ତିନୋଟି ବଗିଚାର କଫି ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ରାଜୁପୁଟ ସ୍ଥିତ ସପ୍ତଗିରି କଫି ଉଦ୍ୟାନର କଫି, କିନ୍ଦିରିଗୁଡାରେ କୃତି କଫିର ପ୍ରୋତ୍ସାହନରେ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କଫି ଓ ପଞ୍ଚଡାସ୍ଥିତ ଦାସ କଫି ବଗିଚାର କଫିକୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ‘ଫ୍ଲେବର ଅଫ ଇଣ୍ଡିଆ ,ଦି ଫାଇନ କପ ‘ ପୁରସ୍କାରରେ ସମ୍ମାନିତ କରାଯାଇଛି। ତେବେ ଏନେଇ ସପ୍ତଗିରି କଫି ଉଦ୍ୟାନର ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା ଜଣାଇଛନ୍ତି।