ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ। ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱ ସେ ସୁଚାରୁ ରୂପେ ତୁଲାଇଛନ୍ତି। ଏବେ ଏହି ନୂଆ ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ ବୋଲି କୁହାଯାଇପାରେ।
