ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଶେଷ ହୋଇଛି ମୌସୁମୀ ଅଧିବେଶନ। ନିର୍ଧାରିତ ସମୟର ଦିନକ ପୂର୍ବରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ରହିଲା ଗୃହ। ଗତ ସେପ୍ଟେମ୍ବର୨୨ ରୁ ଆରମ୍ଭ ହୋଇଥିଲା ଅଧିବେଶନ ହେଲେ ବିରୋଧୀ ଙ୍କ ହଟ୍ଟଗୋଳ ମଧ୍ୟରେ ଚାଲିପାରିଲାଣି ଗୃହ। ତେବେ ବ୍ୟୟ ମଞ୍ଜୁରୀ ବିଲ ସହ ମୋଟ ୧୨ଟି ବିଲ ଚଳିତ ବର୍ଷ ପାରିତ ହୋଇଛି। ଏହା ସହିତ ଚଳିତ ମୌସୁମୀ ଅଧିବେଶନରେ ୨୮ ହଜାର ୨୦୦କୋଟି ଟଙ୍କାରବଜେଟ ବିଧାନସଭାରେ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ସହ ୧୨ ବିଲ ଚଳିତ ମୌସୁମୀ ଅଧିବେଶନରେ ଆଲୋଚନା ହୋଇ ପାରିତ ହୋଇଛି। ଅନେକ ଜନସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ବାଚସ୍ପତି ଓ ଉପବାଚସ୍ପତି ଭଲ ଭାବେ ଗୃହ କାର୍ଯ୍ୟ ଚଳାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଶାସକ ଦଳର ସମସ୍ତ ସଦସ୍ୟଙ୍କ ସମେତ ବିରୋଧୀଙ୍କୁ ମଧ୍ୟ ଧନ୍ୟବାଦ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ବିଧାନସଭାର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଯେ ସେମାନେ ଆଲୋଚନାରେ ଭାଗ ନେଇ ଉଚ୍ଚକୋଟି ପ୍ରଦର୍ଶନ କରିଥିଲେ। ଗଣମାଧ୍ୟମ ଓ ସରକାରୀ ଅଧିକାରୀଙ୍କୁ ବି ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।