ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନିଜ ଫ୍ୟାସନ ସେନ୍ସ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଫ୍ୟାସନ ଡିଜାଇନର ଉର୍ଫି ଜାଭେଦ। ତାଙ୍କ ଡ୍ରେସ ହେଉ ବା ବିବଦୀୟ ବୟାନ। ସବୁବେଳେ ଗଣମାଧ୍ୟମରେ ଖବରର ସେ ପାଲଟିଥାନ୍ତି ଶିରୋନାମା। ତେବେ ଏଥରକ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି। କୁହାଯାଉଛି କି, ଗୁପ୍ତରେ ଉର୍ଫି ବିବାହ କରିଛନ୍ତି। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବୈଦିକ ରୀତି ନୀତି ତଥା ହିନ୍ଦୁ ଧର୍ମରେ ଯେଭଳି ବିବାହ ଅନୁଷ୍ଠିତ ହୋଇଥାଏ ସେଭଳି ଉର୍ଫିଙ୍କ ବିବାହ ହୋଇଛି। ମନ୍ଦିର ପରିସରର ଏହି ଫଟୋ ହୋଇଥିବାବେଳେ ସେ ଦୁପଟା ପିନ୍ଧି ବସିଥିବା ଫଟୋରେ ଦେଖିବାକୁ ମିଳିଛି।
ପୂଜା ସମୟରେ ତାଙ୍କ ପାଖରେ ଜଣେ ଯୁବକ ବସିଥିବାବେଳେ ପୂଜକ ମଧ୍ୟ ନଜର ଆସିଛନ୍ତି। ମୁଣ୍ଡରେ ଓଢ଼ଣୀ ଦେବା ସହ ପୂଜା ପାଠ ଚାଲିଥିବା ଭଳି ଦେଖାଯାଉଛି। ତେବେ ଉର୍ଫିଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଛନ୍ତି। ବହୁ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ଜଣାଉଥିବାବେଳେ ବୈବାହିକ ଜୀବନ ସୁଖମୟ ହେଉ ବୋଲି ମଙ୍ଗଳକାମନା କରୁଛନ୍ତି। କିନ୍ତୁ ସେପଟେ ଏହାକୁ ନେଇ ଉର୍ଫି କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କିମ୍ବା ତାଙ୍କର କୌଣସି ଅଫିସିଆଲ ପେଜରେ ମଧ୍ୟ ପୋଷ୍ଟ ହୋଇନାହିଁ। ତେବେ ଏକଥାରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଏହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।