ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅନୁମାନ ସତରେ ପରିଣତ ହେଲା। ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଚାଲିପାରିଲା ନାହିଁ ଗୃହକାର୍ଯ୍ୟ। ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ବିରୋଧୀଙ୍କ ହଙ୍ଗାମାରେ କମ୍ପିଲା ବିଧାନସଭା। ଧୋଇଗଲା ପ୍ରଶ୍ନକାଳ। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଜନବିରୋଧୀ ଶବ୍ଦ ବାଦ ଦେବାକୁ ଦାବି କରି ପ୍ରବଳ ହୋ ହାଲ୍ଲା କରିଥିଲେ ବିରୋଧୀ ବିଜେପି। ଫଳରେ ବାଚସ୍ପତିଙ୍କ ପାଇଁ ଗୃହ ଚଳାଇବା ମୁସ୍କିଲ ହୋଇଥିଲା। ଏଥିପାଇଁ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।
ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହୋ ହାଲ୍ଲା ଆରମ୍ଭ ହୋଇଯାଇଥିଲା। ପ୍ରଶ୍ନ ନମ୍ବର 181ରୁ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ। ବିଧାୟକଙ୍କ ପ୍ରଶ୍ନରେ ପଞ୍ଚାୟତରାଜ ମନ୍ତ୍ରୀ ଉତ୍ତର ରଖିବା ଆରମ୍ଭ କରିଥିଲେ। ଧିରେ ଧିରେ ବିରୋଧୀଙ୍କ ହୋ ହାଲ୍ଲା ବଢିଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଜନବିରୋଧୀ ଶବ୍ଦ ବାଦ୍ ଦେବାକୁ ଦାବି କରି ପ୍ରବଳ ହୋ ହାଲ୍ଲା କରିଥିଲେ ବିରୋଧୀ ବିଜେପି। ଏହା ସହିତ ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ସାମ୍ନାକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତିଙ୍କ ପାଇଁ ଗୃହ ଚଳାଇବା ମସ୍କିଲ ହୋଇଥିଲା ଏବଂ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।